ଛତିଶା ନିଯୋଗ ବୈଠକରେ ହେଲା ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟ

0
ଭୁବନେଶ୍ୱର (ଆମ ଟିଭି):  ଆସନ୍ତା ୭ ତାରିଖ ଭାଦ୍ରବ ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଗ୍ରହଣ ହେବ । ଚନ୍ଦ୍ରଗ୍ରହଣ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
 
ସୂଚନା ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ ଶେଷ କରାଯିବ । ଏହା ପରେ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ । ଏହି ସମୟରୁ ଦେବ ନୀତି ନିଷେଧ ।ରାତି ୯ଟା ୫୭ ରେ ଗ୍ରହଣ ସ୍ପର୍ଶ ହେବାବେଳେ ସର୍ବମୋକ୍ଷ ରାତି ୧ଟା ୨୭ ରେ ହେବ । ସର୍ବମୋକ୍ଷ ପରେ ରାତି ୨ଟାରେ ଦ୍ୱାରଫିଟା ନୀତି ସମ୍ପର୍ଣ୍ଣ ହେବ ।
Leave A Reply

Your email address will not be published.