ଥାଇଲ୍ୟାଣ୍ଡରୁ ଦିଲ୍ଲୀ ଫେରୁଛନ୍ତି ଲୁଥ୍ରା ବ୍ରଦର୍ସ । ଗୋଆ ‘ବର୍ଚ୍ଚ ବାଏ ରୋମିଓ ଲେନ୍’ ନାଇଟକ୍ଲବର ମାଲିକ ଦୁଇ ଭାଇ ସୌରଭ ଲୁଥ୍ରା ଓ ଗୌରବ ଲୁଥ୍ରା ଆଜି ଭାରତ ଫେରୁଛନ୍ତି । ଗୋଆ ପୋଲିସର ସୂଚନା ଅନୁସାରେ ଥାଇଲ୍ୟାଣ୍ଡ ସରକାର ସେମାନଙ୍କୁ ଫେରାଇ ଦେବା ପରେ ସେମାନେ ଆଜି ଦିଲ୍ଲୀରେ ପହଞ୍ଚିବେ । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଗୋଆ ପୋଲିସର ଏକ ଟିମ୍ ସେମାନଙ୍କୁ ଗିରଫ କରିବ ଓ ଗୋଆ ନେବ ।
ଗତ ୬ ତାରିଖରେ କ୍ଲବରେ ବାଣ ଫୁଟାଇବା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୫ ଜଣ ପ୍ରାଣ ହରାଇଥିଲେ । ଘଟଣାର କିଛି ଘଣ୍ଟା ପରେ ଦୁଇ ଭାଇ ଥାଇଲ୍ୟାଣ୍ଡର ଫୁକେଟକୁ ପଳାଇ ଯାଇଥିଲେ। ଭାରତ ସରକାର ସେମାନଙ୍କ ପାସପୋର୍ଟ ରଦ୍ଦ କରିଦେବା ପରେ ଥାଇଲ୍ୟାଣ୍ଡ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । କ୍ଲବଟି ବିନା ଲାଇସେନ୍ସରେ ଚାଲୁଥିଲା । ନିଆଁ ଲିଭାଇବା ପାଇଁ ସେଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ତଦନ୍ତରୁ ଜଣାପଡ଼ିଛି ।