ଖମା ମାଗିଲେ ଗୀତିକାର ରାହତ ଫତେ ଅଲି ଖାନ

0

ନୂଆଦିଲ୍ଲୀ(ଆମ ଟିଭି): ବିବାଦରେ ରାହତ ଫତେ ଅଲି ଖାନ । ନିଜ ଛାତ୍ରଙ୍କୁ ମାଡ଼ ମାରିଲେ, ପୁଣି ପରେ କ୍ଷମା ମାଗିଲେ । ଛାତ୍ରଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ସଫେଇ ରଖି କ୍ଷମା ମାଗିଛନ୍ତି ପାକିସ୍ତାନୀ ଗାୟକ ରାହତ ଫତେ ଅଲି ଖାନ । ଛାତ୍ରଙ୍କୁ ମାଡ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ରାହତ ଫତେ ଅଲ୍ଲୀଖାନ କହିଛନ୍ତି କି, ଏହା ତାଙ୍କର ବ୍ୟକ୍ତିଗତ ମାମଲା । ଭିଡିଓରେ ଦେଖିବାକୁ ମିଳିଥିଲା କି, ଫତେ ଅଲ୍ଲୀଖାନ ଲୋକପ୍ରୀୟ କୱାଲୀ ଗାୟକଙ୍କୁ ବୋତଲ ବାବଦରେ ପଚରାଉଚରା କରିବା ସହ ବାରମ୍ବାର ମାଡ ମାରୁଛନ୍ତି ।

ହେଲେ ମାଡ ଖାଉଥିବା ଗାୟକ ଜଣଙ୍କ ବାରମ୍ବାର କହୁଛନ୍ତି କି, ସେ ବୋତଲ ବାବଦରେ କିଛି ଜାଣି ନାହାଁନ୍ତି । ଦ୍ୱିତୀୟ ଭିଡିଓରେ କିଛି ଲୋକ ମାଡ ଖାଉଥିବା ସଗିୀତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ପାକିସ୍ତାନୀ ସମା ଟିଭି ମାଡ ଖାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଛି । ଟିଭି ତରଫରୁ କୁହାଯାଇଛି କି, ଗାୟକଙ୍କ ମଧ୍ୟରେ ଏଭଳି ହିଂସକ ବ୍ୟବହାର ଚିନ୍ତାଜନକ ପ୍ରବୃତି ଅଟେ ।

Leave A Reply

Your email address will not be published.