ଟିଏମସି ଏବଂ ସିବିଆଇ ମଧ୍ୟରେ ଚାଲିଥିଲା ମଧୁ ଚନ୍ଦ୍ରିକା: ଦିଲୀପ ଘୋଷ

0

କୋଲକାତା(ଆମ ଟିଭି): ମମତାଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀପ ଘୋଷ । ପଶ୍ଚିମବଙ୍ଗର ବିଜେପି ନେତା ଦିଲୀପ ଘୋଷ ସୋମବାର ଚାଞ୍ଚଲ୍ୟକର ଦାବି କରିଛନ୍ତି। କିଛି ସିବିଆଇ ଅଫିସରଙ୍କ ପଶ୍ଚିମବଙ୍ଗର କ୍ଷମତାସୀନ ପାର୍ଟି ସହ ମଧୁର ସଂପର୍କ ଆରମ୍ଭ ହୋଇ ଯାଇଥିଲା। ଏହି କାରଣରୁ ସେଠାରେ ଇଡିର ଟିମ୍କୁ ଯାଞ୍ଚ ପାଇଁ ପଠାଗଲା। ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ଦିଲୀପ ଘୋଷ ଏହା କହିଛନ୍ତି।

ସେ କହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ସିବିଆଇ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଲାଗି ରହିଥିଲା। ଫଳରେ କୋଇଲା ଦୁର୍ନୀତି, ଗୋରୁ ଚାଲାଣ ଏବଂ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପରି ଘଟଣା ସାମ୍ନାକୁ ଆସି ପାରୁନଥିଲା। ଏହି କାରଣରୁ ମାମଲାର ତଦନ୍ତ ପାଇଁ ଇଡିକୁ ପଠାଇବାକୁ ନିଷ୍ପତ୍ତି ହୋଇଥିଲା।
ସେ ଦାବି କରିଛନ୍ତି, ପଶ୍ଚିମବଙ୍ଗରେ ତଦନ୍ତ ପାଇଁ ଯାଇଥିବା କିଛି ସିବିଆଇ ଅଫିସର ଏବଂ ଟିଏମସି ମଧ୍ୟରେ ସେଟିଂ ହୋଇ ଯାଇଥିଲା। ଏହି କାରଣରୁ ଯାଞ୍ଚ ଏଜେନ୍ସି କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲେ। ଅନେକ ମାସ ଧରି ତଦନ୍ତକୁ ଚପାଇ ରଖା ଯାଇଥିଲା। ଏପରିକି ସିବିଆଇ ଅଫିସର ବିକ୍ରି ହୋଇ ଯାଇଥିବା ସେ ସଙ୍ଗୀନ ଅଭିଯୋଗ କରିଛନ୍ତି। କିଛି ସିବିଆଇ ଅଫିସର ଲକ୍ଷାଧିକ ତ କିଛି କୋଟି କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଲୋକସଭା ସାଂସଦ ଦିଲୀପ ଘୋଷ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ସେମିନାରରେ ଏହା କହିଛନ୍ତି।

 

Leave A Reply

Your email address will not be published.