ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ପ୍ରଭାତ ଝାଙ୍କ ପରଲୋକ

0

ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ ହୋଇ ଯାଇଛି। ନୂଆଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।

ପ୍ରଭାତ ଝା ୩ ଥର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ବେଳ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବି ସମ୍ଭାଳି ସାରିଛନ୍ତି। ନିଜ କ୍ୟାରିଅର ଆରମ୍ଭରୁ ସେ ଗୋୱାଲିୟରର ସ୍ୱଦେଶ ପେପରରେ ସାମ୍ବାଦିକ ଭାବେ କାମ କରୁଥିଲେ।

ବୟାସାଧୀକ ହେତୁ ବିଭିନ୍ନ ସମସ୍ୟା ଦେଖାଦେବାରୁ ତାଙ୍କୁ ପ୍ରଥମା ଭୋପାଳସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ୨୯ ତାରିଖରେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତରୀ ଟିମ୍‌ଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ଆଖି ବୁଜି ଦେଇଥିବା ଜଣାଯାଇଛି।

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବରିଷ୍ଠ ନେତାମାନେ ଶୋକ ପ୍ରକାଶ କରିଛନ୍ତି। ମଧ୍ୟପ୍ରଦେଶର ବିଜେପି ଅଧ୍ୟକ୍ଷ ବିଡି ଶର୍ମା, କ୍ୟାବିନେଟ ମନ୍ତ୍ରୀ କୈଳାଶ ବିଜୟବର୍ଗୀୟ ପ୍ରମୁଖ ପ୍ରଭାତ ଝାଙ୍କ ମୃତ୍ୟୁକୁ ଦଳ ପାଇଁ ଶକ୍ତ ଝଟକା ବୋଲି କହିଛନ୍ତି।

Leave A Reply

Your email address will not be published.