ପରିସ୍ରା କରିଥିଲେ ମଦ୍ୟପ, ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ମଧ୍ୟପ୍ରଦେଶରେ ଦିବ୍ୟାଙ୍ଗ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା। ଏହା ଭିତରେ ଆଜି ସେହି ଯୁବକଙ୍କ ପାଦ ଧୋଇଦେଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତାଙ୍କ ଗୋଡ ଧୋଇଦେବା ସହ ଫୁଲମାଳ ପକାଇ, ସାଲ ଘୋଡାଇ ଦେଇଥିଲେ । ଆଜି ସେହି ଯୁବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କର ଜୋରଦାର ଚର୍ଚ୍ଚା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ମାଗିଥିଲେ । ଏହ ସହ ମୁଖ୍ୟମନ୍ତ୍ରୀ ପୀଡିତ ଯୁବକଙ୍କୁ ଗଣେଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉପହାର ସ୍ୱରୂପ ଦେଇଥିଲେ । ତାଙ୍କ ଘରେ କୌଣସି ଅସୁବିଧା ଅଛି କି ନାହିଁ ପଚାରି ବୁଝିଥିଲେ । ପୀଡ଼ିତ ଯୁବକଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ଟ୍ୱିଟ୍ କରି ଶିବରାଜ ସିଂହ କହିଛନ୍ତି, ଲୋକେ ତାଙ୍କ ପାଇଁ ଭଗବାନ । କାହା ସହ ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ ।

Leave A Reply

Your email address will not be published.