ମହଙ୍ଗା ପଡିଲା ଉପ ଜିଲ୍ଲାପାଳଙ୍କୁ ଆକ୍ରମଣ କରିବ, ବନ୍ଧା ହେଲେ ୧୧ ଅଭିଯୁକ୍ତ
ବାଲେଶ୍ୱର : ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚାଭନଙ୍କ ସମେତ ତାଙ୍କ ଡ୍ରାଇଭରଙ୍କ ଉପରେ ଗତକାଲି ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ପରେ ତତ୍ପର ହୋଇ ଉଠିଥିବା ପୁଲିସ୍ ସମୁଦାୟ ୧୧ ଅଭିଯୁକ୍ତଙ୍କୁ ବାନ୍ଧି ସାରିଲାଣି। ଗତକାଲି ରାତିରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ସକାଳେ ଆଉ ୯ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ସମୁଦାୟ ୧୧ ଜଣ ଗିରଫ ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ସାମିଲ ଅଛନ୍ତି।
ମନ୍ଦରପୁର ଓ ଦହପଡ଼ା ଅଞ୍ଚଳରେ ମେସିନ୍ ବ୍ୟବହାର କରି ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ପରେ ଉପଜିଲ୍ଲାପାଳ ଗତକାଲି ଘଟଣାସ୍ଥଳର ପରିଦର୍ଶନ ନିମନ୍ତେ ଯାଇଥିଲେ। ଏକ୍ସସାଇଜ୍ ଟିମ୍ ଓ ପୁଲିସ ଟିମ୍ ଉପସ୍ଥିତିରେ ବେଆଇନ ଚାଲାଣ ହେଉଥିବା ପ୍ରାୟ ୫୦୦ ଟ୍ରିପ୍ ବାଲିକୁ ଜବତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ଏହି ବାଲିର ଜଗାରଖା ଦାୟିତ୍ୱ ଦିଆଯାଇଥିଲା। ସେପଟେ ବାଲି ଚୋରା ଚୋଲାଣ ନିମନ୍ତେ ବ୍ୟବହୃତ ଜିନିଷକୁ ଜବତ କରାଯାଇଥିଲା