ମୁମ୍ବାଇ(ଆମ ଟିଭି): ଇସ୍ତଫା ଦେଇପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ । ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଶୀଘ୍ର ଇସ୍ତଫା ଦେଇପାରନ୍ତି ଭଗତ ସିଂହ କୋଶିଆରୀ । ଜାତୀୟ ଗଣମାଧ୍ୟମରେ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ରାଜ୍ୟପାଳଙ୍କ ୫ ବର୍ଷର କାର୍ୟ୍ୟକାଳ ମଧ୍ୟ ପୂରା ହୋଇସାରିଛି । ସେମାନଙ୍କ କାର୍ୟ୍ୟକାଳକୁ କିଛି ଦିନ ପାଇଁ ବୃଦ୍ଧି କରାଯାଇଛି । ଏହି ତାଲିକାରେ ଅଛନ୍ତି ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବିଡି ମିଶ୍ରା, ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ । ବିଡି ମିଶ୍ରାଙ୍କ ପାଖରେ ମେଘାଳୟ ଏହଂ ଜଗଦୀଶ ମୁଖୀଙ୍କ ପାଖରେ ନାଗାଲାଣ୍ଡର ଅତିରିକ୍ତ ଦାୟିତ୍ୱ ରହିଛି ।
ସେହିଭଳି ସିକ୍କିମ ରାଜ୍ୟପାଳ ଗଙ୍ଗାପ୍ରସାଦ ଏବଂ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ୟ୍ୟକାଳ ମଧ୍ୟ ୪ ବର୍ଷରୁ ଅଧିକ ହୋଇସାରିଛି । ୫ ବର୍ଷ ପୂରଣ ହେବା ପାଇଁ ଆଉ କିଛି ମାସର ସମୟ ଏବେ ବି ବାକି ଅଛି । ଭଗତ ସିଂହ କୋଶିଆରାଙ୍କ କାର୍ୟ୍ୟକାଳ ମଧ୍ୟ ଆହୁରି ଅଢେଇ ବର୍ଷ ବାକିରହିଛି ।