ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ : କହିଲେ କେରଳ ମିନି ପାକିସ୍ତାନ ହୋଇଥିବାରୁ ଜିତୁଛନ୍ତି ରାହୁଲ ଓ ପ୍ରିୟଙ୍କା

0

ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ତେଜିଲା ରାଜନୀତି। ନୀତିଶ କୁମାର ରାଣେଙ୍କୁ କଂଗ୍ରେସ ନେତାଙ୍କ ଟାର୍ଗେଟ। ମହାରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ନିତେଶ ରାଣା କେରଳକୁ ମିନି ପାକିସ୍ତାନ ବୋଲି କହି ବିବାଦୀୟ ବୟାନ ଦେଇଛନ୍ତି। କେରଳ ମିନି ପାକିସ୍ତାନ ହୋଇଥିବା କାରଣରୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସେଠାରୁ ସାଂସଦଭାବେ ଜିତୁଛନ୍ତି,

ସବୁ ଆତଙ୍କବାଦୀ ସେମାନଙ୍କୁ ଭୋଟ ଦେଉଛନ୍ତି। ଆତଙ୍କବାଦୀଙ୍କୁ ସାଥୀରେ ନେବାପରେ ସେମାନେ ସାଂସଦ ହୋଇଛନ୍ତି ବୋଲି ପୁଣେ ଜିଲ୍ଲାର ପୁରନ୍ଦର ତାଲୁକାରେ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ରାଣେ ଏହା କହିଛନ୍ତି ।

ରାଣେଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ସମାଲୋଚନା କରିଛନ୍ତି। ରାଣେଙ୍କୁ ମନ୍ତ୍ରିମଣ୍ଡଳରେ ରଖାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଦେଶର ଏକତା ଓ ସାର୍ବଭୌମତ୍ବକୁ ବଜାୟ ରଖିବା ପାଇଁ ମନ୍ତ୍ରୀଭାବେ ରାଣେ ଶପଥ ନେଇଥିଲେ ମଧ୍ୟ ଭାରତର ଏକ ରାଜ୍ୟକୁ ପାକିସ୍ତାନ କହୁଛନ୍ତି। ସେଠାକାର ଭୋଟରଙ୍କୁ ଆତଙ୍କବାଦୀ କହୁଛନ୍ତି। ମନ୍ତ୍ରୀ ରହିବା ଅଧିକାର ତାଙ୍କର ରହିଛି ‌କି ବୋଲିକଂଗ୍ରେସ ପ୍ରଶ୍ନ କରିଛି।

Leave A Reply

Your email address will not be published.