ମୁମ୍ବାଇ (ଆମ ଟିଭି): ଶରଦ ପାୱାରଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଏନେଇ ବିଜେପି ତରଫରୁ ମଧ୍ୟ ଲଗାତର ଭାବେ ବୟାନ ଜାରି ରହିଛି । ବିଜେପି ତରଫରୁ ଶିବସେନା ନେତା ସଂଜୟ ରାଉତଙ୍କୁ ଶରଦ ପାୱାରଙ୍କ ପରିବାର ଭିତରେ ଲାଗିଥିବା କଳି ପାଇଁ ଦାୟୀ କରାଯାଉଛି । ଏହାସହ ବିଜେପି କହିଛି କି କେବଳ ଶରଦ ପାୱାରଙ୍କ ପରିବାର ନୁହେଁ ଏହାସହ ଠାକରେ ପରିବାର ବିଭାଜନ ପାଇଁ ମଧ୍ୟ ସଂଜୟ ରାଉତ ଦାୟୀ ।
ବିଜେପି ନେତା ନିତେଶ ରାଣେ କହିଛନ୍ତି କି, ଶରଦ ପାୱାର ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ସଂଜୟ ରାଉତ ଯେଭଳି ଟ୍ୱିଟ କରିଛନ୍ତି ତାହା ସଂଜୟ ରାଉତଙ୍କ ଶକୁନି ଭୂମିକାର ବଡ ପ୍ରମାଣ । ଏହାସହ ନିତେଶ ରାଣେ କହିଛନ୍ତି କି, ଏତବଡ ଘଟଣା ପରେ ସଂଜୟ ରାଉତ ଶରଦ ପାୱାରଙ୍କୁ ଭେଟିବାକୁ ନଯାଇ କେବଳ ବଡ ବଡ କଥା କହୁଛନ୍ତି । ନିତେଶ ରାଣେ ଏହା ବି କହିବାକୁ ପଛାଇ ନାହାଁନ୍ତି କି ସଂଜୟ ରାଉତ ‘ଆଧୁନିକ ଶକୁନି’ ।