ଗଜପତିରେ ମହାରାଷ୍ଟ୍ର ବାଘର ଆତଙ୍କ

0

ଗଜପତି (ଆମ ଟିଭି): ଗଜପତିରେ ମହାବଳ ବାଘର ଆତଙ୍କ। ତାହା ପୁଣି ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ । ବନ ବିଭାଗ ପକ୍ଷରୁ କରାଯାଇଥିବା ଫଟୋକୁ ଯାଂଚ କରି ବାଘଟି ମହାରାଷ୍ଟ୍ରର ବୋଲି ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ।

ବାଘଟି ଗାଈ ଓ ଛେଳିକୁ ଝାମ୍ପି ନେଇ ମାରି ଖାଇଛି । ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଦୃଶ୍ୟ । ବାଘ ଚଳପ୍ରଚଳ କରୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାତିରେ ଅଯଥା ନବାହାରିବା ସହ ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.