ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ର ରାଜନୀତିକୁ ନେ଼ଇ ଏବେ ସାରା ଦେଶରେ ଚର୍ଚ୍ଚା। ଅଜିତ୍ ପାୱାର ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ସ୍ଥିତି ଆହୁରି ଜଟିଳ ହୋଇପଡିଛି । ଏହାପରେ ବୈଠକ ପରେ ବୈଠକ ହେଉଛି । ବୁଧବାର ଉଭୟ ଏନସିପି ମୁଖ୍ୟ ଶରଦ ପାୱାର ଓ ଅଜିତ୍ ପାୱାର ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ନିଜ ବିଧାୟକ ମାନଙ୍କର ଏକ ବୈଠକ ଡକାଇଥିଲେ ।
ବୈଠକରେ ସିନ୍ଦେ ସଫା ସଫା କହିଥିଲେ ଯେ, ମୁଁ ଇସ୍ତଫା ଦେଉନାହିଁ, ହେଲେ ଏକଥା କିଏ ପ୍ରଚାର କରୁଛି ତାହା ମୁଁ ଜାଣିଛି, ମୁଁ କେବେହେଲେ ବି ୫୦ ବିଧାୟକଙ୍କୁ ନିରାଶ କରିବି ନାହିଁ ଯେଉଁମାନେ ସଙ୍କଟ ସମୟରେ ମୋ ସାଥ୍ ଦେଇଛନ୍ତି’ ।