ପରଲୋକରେ ମହେଶ ବାବୁଙ୍କ ବାପା

0

ହାଇଦ୍ରାବାଦ: ସୁପରଷ୍ଟାର ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ଦେହାନ୍ତ ହୋଇଛି। ରବିବାର ହୃଦଘାତର ଶିକାର ହେବା ପରେ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପାଇ ପୂରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ରବିବାର ରାତିରେ ହୃଦଘାତର ଶିକାର ହୋଇଥିଲେ ଅଭିନେତା କୃଷ୍ଣା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅଭିନେତା କୃଷ୍ଣାଙ୍କୁ ୨୦ ମିନିଟ୍ ଧରି ସିପିଆର ଦେଇଥିଲେ। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ମୁତାବକ, କୃଷ୍ଣାଙ୍କ ଅବସ୍ଥା ଗୁରୁତର ଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୮ରେ ମହେଶ ବାବୁଙ୍କ ମା’ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଥିଲା।

Leave A Reply

Your email address will not be published.