ରିମାଣ୍ଡରେ ଗଲେ ମହେଶ କୁମାଓ୍ୱତ

0

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମହେଶ କୁମାଓ୍ୱତକୁ ରିମାଣ୍ଡରେ ନେଇଛି ପୁଲିସ। ମାଷ୍ଟରମାଇଣ୍ଡ ଲଳିତ ଝା’ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶକୁ ଦିଲ୍ଲୀ ସ୍ପେଶାଲ ସେଲ୍‌ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ।

ସୂଚନା ମୁତାବକ, ଗିରଫ ପରେ ଆଜି ମହେଶକୁ ପୁଲିସ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା। ଏଠାରେ ପୁଲିସ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ଶୁଣାଣି ପରେ କୋର୍ଟ ପୁଲିସକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ମଞ୍ଜୁରୀ ଦେଇଛନ୍ତି।

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲର ମାଷ୍ଟରମାଇଣ୍ଡ ଥିବା ଲଳିତକୁ ମହେଶ ସାହାଯ୍ୟ କରିଥିବା ଅଭିଯୋଗ ରହିଛି। ଘଟଣା ପରେ ମହେଶକୁ ପୁଲିସ ଖୋଜିଥିଲା। ଅନେକ ସମ୍ଭାବ୍ୟ ସ୍ଥାନ ଉପରେ ପୁଲିସ ଟିମ୍‌ ଚଢ଼ାଉ ମଧ୍ୟ କରିଥିଲା। କିନ୍ତୁ ଗୁରୁବାର ମହେଶ ନିଜେ ଆସି ପୁଲିସ ଷ୍ଟେସନରେ ଆତ୍ମସପର୍ମଣ କରିଥିଲା। ଏହାପରେ ଆଜି ତାକୁ ଗିରଫ କରାଯାଇଛି।

Leave A Reply

Your email address will not be published.