ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର

0

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା ପୁରୀର ପୂର୍ବତନ ବିଧାୟକ ବା ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବେ ହସ୍ପିଟାଲରେ । ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍‌ରେ ଗତକାଲିଠାରୁ ଚିକିତ୍ସାଧୀନ ଅଛନ୍ତି। ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ସେ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେ‌ଳେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି।

ମେଡିକାଲ୍‌ ଟିମ୍‌ ତାଙ୍କର ଖୁବ୍ ଯତ୍ନ ନେଉଛନ୍ତି ଓ ଅତ୍ୟନ୍ତ ଭଲ ସେବା ପ୍ରଦାନ କରାଯାଉଛି। ଆମେ ସବୁଠୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ଚେଷ୍ଟା କରୁଛୁ ବୋଲି ହସ୍ପିଟାଲ୍‌ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Leave A Reply

Your email address will not be published.