ନୂଆଦିଲ୍ଲୀ(ଆମ ଟିଭି): ଲାଂଚ ନେଇ ପ୍ରଶ୍ନ ପଚାରିବା ମାମଲା। ଟିମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି।ମହୁଆଙ୍କ ସଂସଦ ସଦସ୍ୟତା ପଦ ରଦ୍ଦ ପାଇଁ ଏଥିକ୍ସ କମିଟି ସୁପାରିଶ କରିଛି। ମାମଲାର ରିପୋର୍ଟକୁ ଅନୁମୋଦନ ଦେଇଛି ସଂସଦୀୟ ସଦାଚାର କମିଟି। ମିଳିଥିବା ସୂଚନା ଅନୁଯାୟୀ, କମିଟି ରିପୋର୍ଟରେ କହିଛି ଯେ, ମହୁଆ ମୋଇତ୍ରା ତାଙ୍କ ସାଂସଦ ଆକାଉଣ୍ଟର ଲଗ୍-ଇନ ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କୁ ଦେଇଥିଲେ, ଯାହା ଜାତୀୟ ସୁରକ୍ଷା ପାଇଁ ବଡ଼ ବିପଦ। ଏହି ଅପରାଧ ପାଇଁ ମହୁଆ ମୈତ୍ରଙ୍କୁ କଠୋର ଦଣ୍ଡ ମିଳିବା ଦରକାର।
ଏଥିସହ କମିଟି ମହୁଆଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସୁପାରିସ କରିଛି। ଏଥିକ୍ସ କମିଟି ନିଜ ସୁପାରିସରେ ଜାତୀୟ ସୁରକ୍ଷାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇଛି।ସଦାଚାର କମିଟିର ଏହି ରିପୋର୍ଟକୁ ଆଜି ଲୋକସଭା ବାଚସ୍ପତିଙ୍କୁ ଦିଆଯିବ। ଏଥିପ୍ରତି ବାଚସ୍ପତି କାର୍ୟ୍ୟନୁଷ୍ଠାନ ନେଇପାରନ୍ତି।