ବିଜେପି ସଂସଦୀୟ ବୋର୍ଡ଼ର ବଡ଼ ପରିବର୍ତନ, ବାଦ ପଡ଼ିଲେ ଗଡ଼କରୀ ଓ ଶିବରାଜ

0

ନୂଆଦିଲ୍ଲୀ(ଆମ ଟିଭି): ବିଜେପି ନିଜ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟିର ପୁନର୍ଗଠନ କରିଛି। ଦଳ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦେଇଛି। ତାଙ୍କ ବ୍ୟତୀତ ଦଳ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ସଂସଦୀୟ ବୋର୍ଡ଼ରୁ ହଟାଇ ଦିଆଯାଇଛି।ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା ଏବଂ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି।

ସଂସଦୀୟ ବୋର୍ଡ ହେଉଛି ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ଗୋଷ୍ଠୀ । କିଏ ମୁଖ୍ୟମନ୍ତ୍ରୀ ହେବେ ଅବା ରାଜ୍ୟ ଦଳର ମୁଖ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ କିଏ ରହିବେ ତାହା ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଥାଏ। ତେବେ ଏହାର ପୁନର୍ଗଠନ ପରେ ନୂଆ ସଂସଦୀୟ ବୋର୍ଡରେ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହା, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କ ସମେତ ୧୧ ଜଣ ସଦସ୍ୟ ଅଛନ୍ତି।

Leave A Reply

Your email address will not be published.