ଅପରେସନ ସିନ୍ଦୂରକୁ ନେଇ ମହାବିତର୍କ : ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ, ଫରେନ୍ସିକ ଲ୍ୟାବ ରିପୋର୍ଟରୁ ହେଲା ସ୍ପଷ୍ଟ

0

ନୂଆଦିଲ୍ଲୀ (ଆମ ଟିଭି):  ଅପରେସନ ମହାଦେବରେ ୩ ପହଲଗାମ ଆତଙ୍କବାଦୀ ମୃତ । ଲୋକସଭାରେ ଅପରେସନ ସିନ୍ଦୁର ନେଇ ଚର୍ଚ୍ଚା ବେଳେ ସ୍ପଷ୍ଟ କଲେ ଗୃହମନ୍ତ୍ରୀ ଅମିତ ଶାହ । ମୃତ ସମସ୍ତ ଆତଙ୍କବାଦୀ ଲସ୍କର ଏ ତୋଏବାର ସଦସ୍ୟ ।

ଅପରେସନ ସିନ୍ଦୂରକୁ ନେଇ ସଂସଦରେ ମଙ୍ଗଳବାର କ୍ରମାଗତ ୨ୟ ଦିନ ପାଇଁ ଆରମ୍ଭ ହୋଇଛି ବିତର୍କ । ଏହି ବିତର୍କରେ ଉଭୟ ଶାସକ ଏବଂ ବିରୋଧୀ ଦଳର ସାଂସଦମାନେ ଅଂଶଗ୍ରହଣ କରିଛନ୍ତି । ପହଲଗାମ ଆକ୍ରମଣରେ ଯେଉଁମାନେ ଆମ ୨୬ ନାଗରିକଙ୍କୁ ହତ୍ୟା କରିଥିଲେ ସେମାନ ଅପରେସନ ମହାଦେବରେ ନିହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ମୃତଦେହ ଶ୍ରୀନଗରରେ ପହଞ୍ଚିବା ପରେ ସେମାନେ ଚିହ୍ନଟ କରିଥିଲେ । ସେହିପରି ଆତଙ୍କବାଦୀ ଆକ୍ରମଣରୁ ମିଳିଥିବା କାର୍ଟ୍ରିଜ୍ ର FSL ରିପୋର୍ଟ ପୂର୍ବରୁ ପ୍ରସ୍ତୁତ ଥିଲା । ଗତକାଲି ମୃତ ତିନି ଆତଙ୍କବାଦୀଙ୍କ ରାଇଫଲ୍ ଜବତ କରାଯାଇଥିଲା । ଯାହା FSL ରିପୋର୍ଟ ସହିତ ମେଳ କରାଯାଇଥିଲା।

ଅମିତ ଶାହା କହିଛନ୍ତି, ସେନାକୁ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା । ସେମାନେ ଆତଙ୍କବାଦୀଙ୍କ ଠିକଣାକୁ ଚୂରମାର କରିଦେଇଛନ୍ତି । ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ଆମେ ସେମାନଙ୍କ ଘରେ ପଶି ମାରିଲୁ । ଯେଉଁମାନେ ମାରିବାକୁ ଆସିଥିଲେ ସେମାନଙ୍କୁ ଖୋଜି ଖୋଜି ମାରିଲୁ । ଆତଙ୍କୀମାନଙ୍କୁ ମାରି ଭାରତୀୟ ସେନା, ସିଆରପିଏଫ, ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଅପରେସନ ମହାଦେବକୁ ସଫଳ କରାଇଛନ୍ତି।

ଏହି ବିତର୍କରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରାହ୍ନ ୫ଟାରେ ନିଜର ମନ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଅପରାହ୍ନ ୧ଟା ୩୦ରେ ଏବଂ କେ.ସି. ବେଣୁଗୋପାଳ ଅପରାହ୍ନ ୨ଟା ୩୦ରେ ମନ୍ତବ୍ୟ ରଖିବେ ।

Leave A Reply

Your email address will not be published.