ନୂଆଦିଲ୍ଲୀ(ଆମ ଟିଭି): ଜାମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛନ୍ତି ଏବଂ ଏକ ପ୍ରମୁଖ ଅନୁପ୍ରବେଶ ବିଡକୁ ଖଣ୍ଡନ କରିଛନ୍ତି। ଯବାନମାନେ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଛନ୍ତି। ସେନା ଅପରେସନ୍ ବାହାଦୂର ଆରମ୍ଭ କରିଥିଲା, ଯାହା ଅଧୀନରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅଞ୍ଚଳରେ ସେନା ଓ ପୋଲିସର ସର୍ଚ୍ଚ ଅପରେସନ ଚାଲିଛି। ସେନା ସହ ମିଳିତ ଅପରେସନରେ ପୋଲିସ ହ୍ୟାଣ୍ଡୱାରାର ଭୋଡପୁରା ଜଙ୍ଗଲରୁ ୨ ଟି ଆଇଏଡି ଉଦ୍ଧାର କରିଛି।
ହ୍ୟାଣ୍ଡୱାରା ପୋଲିସ ସହିତ ସେନା ଭୋଡପୁରା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଯେଉଁଥିରେ ଏନଏଚ୭୦୧ ନିକଟ ଭୋଡପୁରା ରିଜରୁ ପ୍ରାୟ ୫ ଏବଂ ୭ କିଲୋଗ୍ରାମର ଦୁଇଟି ଆଇଡି ଉଦ୍ଧାର କରାଯାଇଥିଲା ।