ବିହାରରେ ବଡ଼ ଧରଣର ରେଳ ଦୁର୍ଘଟଣା

0

ପାଟଣା (ଆମ ଟିଭି): ବିହାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିହାରର ବକ୍ସରରେ ବଡ ରେଳ ଦୁର୍ଘଟଣା ହୋଇଛି । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ପ୍ରାୟ ସାଢେ ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦ ବିହାରରୁ ଗୌହାଟି କାମାକ୍ଷନଗର ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବାରୁ ବଡ ଦୁର୍ଘଟଣା ଘଟିଛି ।

ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ଶତାଧିକ ଲୋକ ଆହତ ହୋଇଛନ୍ତି । ୨୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଲାଇନଚ୍ୟୁ ହୋଇଥିବା ଟ୍ରେନ ୨୧ଟି କୋଚ ମଧ୍ୟରେ ୨ଟି ଏସି କୋଚ ଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ରେଳ ବିଭାଗ ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଛନ୍ତି ।

Leave A Reply

Your email address will not be published.