ବିଜେଡିରେ ସାମିଲ ହୋଇପାରନ୍ତି ମକରନ୍ଦ

0

ରବିବାର ଶଙ୍ଖ ଭବନରେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି। ସେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚର୍ଚ୍ଚା ଜୋର୍‌ ଧରିଛି।

୨୦୧୯ ନିର୍ବାଚନରେ ରୟଗଡ଼ା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ନିର୍ବାଚନ ଜିତିଥିଲେ। ବିଧାୟକ ହେବା ପରେ ସେ ପ୍ରଥମେ ପରୋକ୍ଷ ଭାବେ ବିଜେଡ଼ିକୁ ସମର୍ଥନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିଜେଡ଼ିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ତେଣୁ ଏଥର ରାୟଗଡ଼ାରୁ ମକରନ୍ଦ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ଚାଲଛି। ସେହିପରି ରାୟଗଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କେତେଜଣ ନୂଆ ଯୁବ ନେତା ମଧ୍ୟ ଆଶାୟୀ ରହିଛନ୍ତି।

Leave A Reply

Your email address will not be published.