ଗଞ୍ଜାମକୁ କରିବା ଦେଶର ଏକ ନମ୍ବର ଜିଲ୍ଲା: ନବୀନ ପଟ୍ଟନାୟକ

0

ଗଞ୍ଜାମ (ଆମ ଟିଭି): ଆଜି ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ । ଗଂଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ୟ୍ୟନଗର ସମାବେଶରେ ଏପରି ଆହ୍ୱାନ ଦେଇଛନ୍ତି । ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦କୋଟିର ରୁଣ ପ୍ରଦାନ କରିଛନ୍ତି । ସେହିପରି ଗ୍ରାମକଣ୍ଠ ଘରଡିହ ପଟ୍ଟା ମଧ୍ୟ ବାଂଟିଛନ୍ତି ମୁଖ୍ୟମନ୍ତ୍ରୀ । କବିସୂର୍ୟ୍ୟନଗର ଗସ୍ତ ପରେ ହିଞ୍ଜିଳି ଏବଂ ଶେଷ କାର୍ୟ୍ୟକ୍ରମ ଛତ୍ରପୁରରେ ରହିଛି ।

ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ରହିଛି । ୨୨ ହଜାର ୨ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ୨ କୋଟି ୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି ।

Leave A Reply

Your email address will not be published.