କୋରାପୁଟ(ଆମ ଟିଭି): କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ । କୋରାପୁଟ ପଟାଙ୍ଗୀ ବ୍ଲକ କୋଟିଆରେ କାୟା ମେଲାଉଛି ମ୍ୟାଲେରିଆ। ଫଗୁଣସିନେରୀରେ ଗତ ସପ୍ତାହକ ମଧ୍ୟରେ ୧୦ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଫଗୁଣସିନେରୀରେ ହୋଇଥିବା ସ୍ୱାସ୍ଥ୍ୟ ଶିବିରରୁ ୪ ଜଣ ଶିଶୁଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍ ଆସିଛି । ସେହିପରି କିଛି ଦିନ ପୂର୍ବରୁ ହୋଇଥିବା ସ୍ୱାସ୍ଥ୍ୟ ଶିବିରରେ ୬ ଜଣ ଶିଶୁ ପଜିଟିଭ୍ ହୋଇଥିଲେ ।
ଫାଟୁସୁନେରୀ ଓ ଫଗୁଣସିନେରୀରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ସ୍ୱାସ୍ଥ୍ୟ ଶିବିର କରାଯାଇ ରକ୍ତ ନମୁନା ସଂଗ୍ରହ କରୁଛି କୋଟିଆ ମେଡିକାଲ ଟିମ୍ । ଜଣେ ସୁପରଭାଇଜର, ଷ୍ଟାର୍ଫ ନର୍ସ ଓ ସହାୟକ ସ୍କ୍ରିନିଂ କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଶୀତ ଦିନରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ମେଡିକାଲ ଟିମ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାର ସୁଯୋଗ ନେଇ ଗାଁରେ ମାତିଛନ୍ତି କ୍ୱାକ୍ ।