ମମତାଙ୍କ ସୁରକ୍ଷାରେ ତ୍ରୁଟି
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଲକାତା ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ଯୁବକ ଠାରୁ ଧାରୁଆ ଅସ୍ତ୍ର ଯେମିତି କି ଛୁରୀ ଓ ବନ୍ଧୁକ ଆଦି ପୁଲିସ ଜବତ କରିଛି। ଗିରଫ ଯୁବକର ନାମ ନୁର ଆଲମ ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ, ନୁର ଆଲମ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବାସ ନିକଟକୁ ପହଞ୍ଚିବା ପାଇଁ ଯେଉଁ ଗାଡ଼ିର ବ୍ୟବହାର କରିଥିଲା ସେଥିରେ ପୁଲିସଗାଡ଼ିରେ ଯାହା ସବୁ ଲାଗିଥାଏ ସେଭଳି ଷ୍ଟିକର ଲାଗିଥିଲା। ତେଣୁ କେହି ଏହି ଗାଡ଼ି ଉପରେ ସନ୍ଦେହ ନକରିବାରୁ ଆବାସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ନୁର।