ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିବାଦରେ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି । ବଲିଉଡ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ମାମଲା ଦାଏର କରିଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟରେ ଆଲିଆ କାନ୍ଦି କାନ୍ଦି ନବାଜୁଦ୍ଦିନ୍ ତାଙ୍କ ପିଲାଙ୍କୁ ଛଡାଇ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।
ସେୟାର କରିଥିବା ଭିଡିଓରେ ଆଲିଆ କହିଛନ୍ତି ଯେ, ନବାଜୁଦ୍ଦିିନ ତାଙ୍କ ଠାରୁ ତାଙ୍କ ପିଲାଙ୍କୁ ଛଡାଇନେବାକୁ ଚାହୁଁଛନ୍ତି । ସବୁଠାରୁ ଦୁଃଖର କଥା ହେଉଛି ତାଙ୍କ ପିଲାଙ୍କୁ ତାଙ୍କ ଶାଶୁ ଅର୍ଥାତ୍ ନବାଜୁଦ୍ଦନଙ୍କ ମା’ ଅବୈଧ ବୋଲି କହୁଛନ୍ତି । ହେଲେ ନବାଜୁଦଦିନ କେବେବି ଏହାକୁ ବିରୋଧ କରିନାହାଁନ୍ତି । ଏହାସହ ନବାଜୁଦ୍ଦିନ୍ ତାଙ୍କୁ କିଛି ଆର୍ଥିକ ସହାୟତା କରୁନଥିବାରୁ ସେ ଗମ୍ଭୀର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ସେ ବର୍ସାବା ପୁଲିସରେ ନବାଜୁଦ୍ଦିନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର କରିଛନ୍ତି ।