ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ପାଇଲା ନୂଆ ସଭାପତି । ଦୀର୍ଘ ୨୪ ପରେ ଜାତୀୟ କଂଗ୍ରେସକୁ ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ଅନୁଷ୍ଠିତ ହୋଇଥିବା ଭୋଟ ଗ୍ରହଣରୁ ଖଡଗେଙ୍କୁ ମୋଟ ୭,୮୯୭ ଖଣ୍ଡ ଭୋଟ ମିଳିଛି ।
ସେପଟେ ନିର୍ବାଚନରେ ଖଡଗେଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶଶି ଥରୁରଙ୍କୁ ମାତ୍ର ୧୦୭୨ ଟି ଖଣ୍ଡ ମିଳିଛି । ଏହି ଭୋଟ ଗଣତି ପରେ ଜଣାପଡିଛି କି ମୋଟ ୯୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଖଡଗେଙ୍କ ସପକ୍ଷରେ ୯୦ ପ୍ରତିଶତ ଭୋଟ ଯାଇଛି । ଏହି ନିର୍ବାଚନରେ ମୋଟ ୯୫୦୦ ରୁ କିଛି ଅଧିକ ଡେଲିଗେଟ ଭୋଟ ଦେଇଥିଲେ । ୧୩୭ ବର୍ଷର ପୁରୁଣା ପାର୍ଟିକୁ ଷଷ୍ଠଥର ପାଇଁ ଅଣଗାନ୍ଧୀ ପରିବାରରୁ ଅଧ୍ୟକ୍ଷ ମିଳିଛି ।