ଟିଏମସି ସାଂସଦ ମହୁଆଙ୍କୁ ନୂଆ ଦାୟିତ୍ୱ ଦେଲେ ମମତା

0

ନୂଆଦିଲ୍ଲୀ(ଆମ ଟିଭି): ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କୁ ନେଇ ଜାତୀୟ ରାଜନୀତି ଉଠୁଛି ପଡ଼ୁଛି । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତ୍ରୁଣମୂଳ କଂଗ୍ରେସ ଏମପି ମହୁଆ ମୈତ୍ରୀଙ୍କୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ସେ ମହୁଆଙ୍କୁ କୃଷ୍ଣାନଗର ଜିଲାର ପ୍ରେସିଡେଣ୍ଟ ନିଯୁକ୍ତ କରିଛନ୍ତି।

ଏହାକୁ ନେଇ ମହୁଆ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, ମୋତେ କୃଷ୍ଣାନଗର ଜିଲାର ପ୍ରେସିଡେଣ୍ଟ ଭାବେ ନିଯୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଟିଏମସିକୁ ଧନ୍ୟବାଦ।

Leave A Reply

Your email address will not be published.