ଆକ୍ସନ ମୁଡରେ ମମତା: ମନ୍ତ୍ରୀମଣ୍ଡଳରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

0

କୋଲକାତା (ଆମ ଟିଭି): ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଯାହା ଆଶଙ୍କା କରାଯାଉଥିଲା ସେଇୟା ହେଲା। ମନ୍ତ୍ରୀପଦରୁ ହଟିଲେ ମମତାଙ୍କ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ। ଆଜି ଏନେଇ କ୍ୟାବିନେଟ୍ ବୈଠକ ଡକାଇଥିଲେ ମମତା ବାନାର୍ଜୀ। ଏହି ବୈଠକରେ ପାର୍ଥଙ୍କୁ ସମସ୍ତ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଗିରଫ ପରେ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି।

ବୈଠକରେ ପାର୍ଥଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ବୈଠକ ଶେଷ ପରେ ଆଶଙ୍କା ସତ ହୋଇଛି। ତେବେ ଏହା ପୂର୍ବରୁ ପାର୍ଥଙ୍କୁ ନେଇ ନିରବ ରହୁଥିଲେ ମମତା। କିଛି ଦିନ ପରେ ମୁହଁ ଖୋଲି କହିଥିଲେ ଯଦି ପାର୍ଥ ସେମିତି କରିଛନ୍ତି ତେବେ ତାଙ୍କୁ ଆଜୀବନ ସଜା ହେଲା ବି ମନଦୁଃଖ ନାହିଁ। ଏହାପରେ ଦଳର ଅନ୍ୟ କୌଣସି ନେତାଙ୍କୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଷରେ ଚାପ ବଢିବା ପରେ ମମତା ଆକ୍ସନ ମୁଡକୁ ଆସିଛନ୍ତି । ପାର୍ଥ ଚାଟାର୍ଜୀଙ୍କ ପାଖରୁ ସମସ୍ତ ଦାୟିତ୍ୱ କାଢି ନେଇଛନ୍ତି ।

Leave A Reply

Your email address will not be published.