ବଡ ପ୍ରତିଶ୍ରୁତି ଦେଲେ ମମତା

0

ଦେଶରେ ଲାଗୁ ହେବନି ୟୁନିଫର୍ମ ସିଭିଲ୍‌ କୋଡ ତଥା ୟୁସିସି। ସେହିପରି ସିଏଏ ଆଇନ୍‌ ମଧ୍ୟ ରଦ୍ଦ ହେବ। ଆଜି ନିଜ ନିର୍ବାଚନୀ ଘୋଷଣାପତ୍ର ଜାରି କରି ଏଭଳି କିଛି ପ୍ରତିଶ୍ରୁତି ଦେଇଛି ତୃଣମୂଳ କଂଗ୍ରେସ।

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହେବାକୁ ଆଉ ଦିନ ଥିବା ବେଳେ ଆଜି ତୃଣମୂଳ କଂଗ୍ରେସ ନିଜର ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛି। ଏଥିରେ ଟିଏମ୍‌ସି ସୁପ୍ରିମୋ ବାନାର୍ଜୀ ଦେଶବାସୀଙ୍କୁ ୧୦ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କେନ୍ଦ୍ରରେ ତାଙ୍କ ସରକାର ଗଠନ ହୁଏ ତେବେ ସିଏଏ ଆଇନ୍‌ ରଦ୍ଦ କରାଯିବ। କେବଳ ସେତିକି ନୁହେଁ ଏନ୍‌ଆର୍‌ସି ଓ ୟୁସିସିକୁ ମଧ୍‌ର ଲାଗୁ କରାଯିବ ନାହିଁ।

 

 

ଟିଏମ୍‌ସିର ନିର୍ବାଚନୀ ମେନିଫେଷ୍ଟୋ ଜାରି କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଡେରେକ ଓ’ବ୍ରାଇନ୍ କହିଛନ୍ତି ଯେ ଯଦି ମମତା ଦିଦିଙ୍କ ସହଯୋଗରେ କେନ୍ଦ୍ରରେ ଇଣ୍ଡିଆ ବ୍ଲକ୍ର ସରକାର ଗଠନ ହୁଏ ତେବେ MNREGA ଅଧୀନରେ ଥିବା ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ। ସମସ୍ତଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ ହେବ। ଏଥିସହ ବିପିଲ କାର୍ଡଧାରୀଙ୍କୁ ବର୍ଷକରେ ୧୦ଟି ଗ୍ୟାସ୍‌ ସିଲିଣ୍ଡର ମାଗଣାରେ ମିଳିବ।

ଏଥିସହ ପ୍ରତ୍ୟେକ ରାସନ କାର୍ଡଧାରୀଙ୍କୁ ୫ କିଲୋଗ୍ରାମ ମାଗଣା ରାସନ ପ୍ରଦାନ କରାଯିବ। ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ୍ ଦିଆଯିବ। ଜାତୀୟ ସ୍ତରରେ ଲକ୍ଷ୍ମୀ ଭଣ୍ଡାର ଯୋଜନା କାର୍ଯ୍ୟକାରୀ ହେବ ଯେଉଁଥିରେ ମହିଳାମାନଙ୍କୁ ମାସିକ ଏକ ନିର୍ଦ୍ଦିଷ୍ଟ ପରିମାଣ ଦିଆଯିବ। ସମସ୍ତ ନାଗରିକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ ଟିଏମ୍‌ସି ନିଜ ନିର୍ବାଚନୀ ଘୋଷଣା ପତ୍ରରେ କହିଛି।

Leave A Reply

Your email address will not be published.