ମୋଦୀ ବିରୋଧୀ ମେଳିକୁ ମମତାଙ୍କ ନା

0

କୋଲକାତା(ଆମ ଟିଭି): ଆଗକୁ ଆସୁଛି ୨୦୨୪ ନିର୍ବାଚନ । ଏହି ୨୪ ନିର୍ବାଚନ ପୂର୍ବରୁ ମୋଦୀଙ୍କ ବିରୁଦ୍ଧରେ ମେଳି ବାନ୍ଧିଲେଣୀ ବିରୋଧୀ । ତେବେ ଏହାକୁ ନେଇ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବଡ ବୟାନ ଦେଇଛନ୍ତି । କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ । ତାଙ୍କ ଦଳ ଲୋକଙ୍କ ସହ ମେଣ୍ଟ କରିବ । ମମତାଙ୍କ ଏପରି ବୟାନ ବିଜେପିକୁ ରୋକିବା ପାଇଁ ସବୁ ବିରୋଧୀ ଦଳ ଏକଜୁଟ ହେବା ପାଇଁ ଚାଲିଥିବା ଉଦ୍ୟମକୁ ଶକ୍ତ ଝଟକା ବୋଲି ବିଚାର କରାଯାଉଛି ।

ମାର୍ଚ୍ଚ ୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସପା ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ନେସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ସାମିଲ ହୋଇଥିଲେ । ବିରୋଧୀ ଦଳ ଏକଜୁଟ ହୋଇ ବିଜେପି ସହ ଲଢିବାକୁ ପ୍ରସ୍ତୁତି ଚଲାଇଥିବା ବେଳେ ମମତାଙ୍କ ଆଭିମୁଖ୍ୟ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି କରିଛି । ଅନ୍ୟପଟେ କଂଗ୍ରେସ ଅଧିର ରଞ୍ଜନ ଚୌଧୁରୀ ମମତାଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ମମତାଙ୍କ ବୟାନରୁ ସ୍ପଷ୍ଟ ହେଉଛି, ବିଜେପି ସହ ଟିଏମସିର ଭିତିରି ବୁଝାମଣା ରହିଛି । ମମତାଙ୍କ ଏପରି ବୟାନ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ହେବେ । ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଏକଜୁଟ ହେଉଛନ୍ତି ।

 

Leave A Reply

Your email address will not be published.