ମମତାଙ୍କୁ ସ୍ମୃତି ଇରାନିଙ୍କ ଟାର୍ଗେଟ

0

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ହାଓଡ଼ାରେ ରାମ ନବମୀ ଶୋଭାଯାତ୍ରାରେ ସଂଗଠିତ ହିଂସାକାଣ୍ଡରେ ଟେକାପଥର ଫିଙ୍ଗିଥିବା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘କ୍ଲିନ୍‌ ଚିଟ୍‌’ ଦେଇଥିବା କଥା ଶୁକ୍ରବାର ଦିନ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରି ସ୍ମୃତି ଇରାନୀ କହିଛନ୍ତି, ହାଓଡ଼ାରେ ରାମ ନବମୀ ଶୋଭାଯାତ୍ରା ବେଳେ ଟେକାପଥର ଫିଙ୍ଗା ହେଲା। ବିଚାର କରିବା ପରିବର୍ତ୍ତେ ମମତା ବନ୍ଦୋପାଧ୍ୟାୟ (ବାନାର୍ଜୀ) ଆଇନ ଉଲ୍ଲଂଘନ କରି ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିବା ଟେକାପଥର ଫିଙ୍ଗାଳିଙ୍କୁ ‘କ୍ଲିନ୍‌ ଚିଟ୍‌’ ଦେଇଛନ୍ତି।

ଇରାନୀ ଅଭିଯୋଗ କରିଛନ୍ତି ଯେ, କଥା ହେଲା, ହିନ୍ଦୁ ସମ୍ପ୍ରଦାୟକୁ ମମତା କେତେ ଦିନ ଆକ୍ରମଣ କରୁଥିବେ। ମମତାଙ୍କ ଶାସନ କାଳରେ ଏଇଟା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୨୨ରେ ଲକ୍ଷ୍ମୀ ପୂଜାରେ ପୂଜାର୍ଚ୍ଚନା କରୁଥିବା ଦଳିତମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ସେତେବେଳେ ବି ସେ ନିରବ ରହିଥିଲେ।

Leave A Reply

Your email address will not be published.