ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ
ନୂଆଦିଲ୍ଲୀ(ଆମ ଟିଭି): ରାଜ୍ୟସଭାରେ ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ । ନବ ନିର୍ବାଚିତ ସାଂସଦ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ନିଜ ନିଜ ପରିବାର ସହିତ ୨ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ମାନସ ମଙ୍ଗରାଜ ଓ ସୁଲତା ଦେଓ ଆଜି ଶପଥ ନେଉଥିବାବେଳେ, ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର।
କହିରଖୁ କି, ଆଜି ଅପରାହ୍ନ ୧୧ଟାରେ ରାଜ୍ୟସଭାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମାନଙ୍କର ଆଲଫାବେଟିକାଲ ଅଡରରେ ସଂସଦରେ ନବ ନିର୍ବାଚିତ ସାଂସଦ ମାନେ ଗୋପୋନୀୟତାର ଶପଥ ଗ୍ରହଣ କରିଛନ୍ତି । ଦୁଇ ଓଡ଼ିଆ ସାଂସଦ ମାତୃଭାଷାରେ ଶପଥ ପାଠ କରିଛନ୍ତି।