ଇସ୍କନ ଉପରେ ବର୍ଷିଲେ ମେନକା ଗାନ୍ଧୀ

0

ବିଜେପି ସାଂସଦ ମେନକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମେନକା ଗାନ୍ଧି । ମେନକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି । ତେବେ ମେନକାଙ୍କ ଏହି ଅଭିଯୋଗରେ ଇସ୍କନ ମଧ୍ୟ ଉତ୍ତର ଦେଇଛି ।

ଭିଡିଓରେ ସେ କହିଛନ୍ତି ଯେ ‘ଭାରତରେ ଏହି ସମୟରେ ସବୁଠାରୁ ବଡ ଠକ ହେଉଛି ଇସ୍କନ । ‘ଇସ୍‌କନ୍‌’ ତା’ର ଗାଈ ସବୁ କଂସେଇମାନଙ୍କୁ ବିକ୍ରି କରୁଛି। ସେମାନେ ଯେତେ ଗାଈ ବିକୁଛନ୍ତି, ସେତେ ଗାଈ ଅନ୍ୟ କେହି ବିକ୍ରି କରୁନାହାନ୍ତି। ଏମିତି କରି ସେମାନେ ବାଟଘାଟରେ ‘ହରେ ରାମ ହରେ କୃଷ୍ଣ’ ଗାଉଛନ୍ତି। ଇସ୍କନ ଗୋଶାଳା ପ୍ରତିଷ୍ଠା କରିଥିଲା, ଯାହାକୁ ଚଳେଇବା ପାଇଁ ସରକାରଙ୍କ ଠାରୁ ଅନେକ ଜମି ଏବଂ ଲାଭ ମିଳିଥାଏ । ମେନକା କହିଛନ୍ତି ଯେ ‘ମୁଁ ଏବେ ଅନନ୍ତପୁର ଗୋଶାଳା ପରିଦର୍ଶନ କରିଥିଲି । ସେଠାରେ ଗୋଟିଏ ବି ସୁଖି ଗାଈ ନାହାନ୍ତି । ସେଠାରେ ଗୋଟିଏ ବାଛୁରୀ ମଧ୍ୟ ନାହିଁ । ଏହାରମାନେ ସମସ୍ତ ଗାଈଙ୍କୁ ବିକ୍ରି କରାଯାଉଛି ।

Leave A Reply

Your email address will not be published.