ମଣିପୁର ମାମଲା; ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

0

ନୂଆଦିଲ୍ଲୀ: ଆପଣ ମଣିପୁରରେ ଭାରତକୁ ହତ୍ୟା କରିଛନ୍ତି ବୋଲି ସାଂସଦ ପଦ ଫେରି ପାଇବା ପରେ ଆଜି ଲୋକସଭାରେ ଦେଇଥିବା ପ୍ରଥମ ଭାଷଣରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ସରକାର ଏହି ଉତ୍ତରପୂର୍ବ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି।

ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ କହିବା ବେଳେ ରାହୁଲ୍‌ ଗାନ୍ଧୀ କହିଛନ୍ତି, ଅଳ୍ପ ଦିନ ତଳେ ମୁଁ ମଣିପୁର ଯାଇଥିଲି। ଆମ ପ୍ରଧାନମନ୍ତ୍ରୀ ଯାଇ ନ ଥିଲେ। ଆଜି ପର୍ଯ୍ୟନ୍ତ ବି ଯାଇ ନାହାନ୍ତି। ତାଙ୍କ ଦୃଷ୍ଟିରେ ମଣିପୁର ଭାରତ ନୁହେଁ।

ରାହୁଲ୍‌ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବିଶ୍ବାସଘାତକ। ମଣିପୁରରେ ଭାରତକୁ ହତ୍ୟା କରିଥିବାରୁ ସେ ଜାତୀୟତାବାଦୀ ନୁହନ୍ତି।

Leave A Reply

Your email address will not be published.