ମଣିପୁର ଭିଡିଓ ଭାଇରାଲ ଘଟଣା: ଆଜି ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ(ଆମ ଟିଭି): ମଣିପୁର ଭିଡିଓ ଭାଇରାଲ ଘଟଣା ବର୍ତ୍ତମାନ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉଭୟ ପୀଡିତା । ଏହି ମାମଲାରେ ହସ୍ତକ୍ଷେପ ଲୋଡି ପୀଡିତା ସୁପ୍ରିମକୋର୍ଟରେ ଏକ ଆବେଦନ ଦାୟର କରିଛନ୍ତି । ପୂର୍ବରୁ କୋର୍ଟ ଏହି ମାମଲାକୁ ନିଜ ଆଡୁ ନେଇ ସାରିଛନ୍ତି । ସେହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ କଣ କାର୍ୟ୍ୟାନୁଷ୍ଠାନ ନେଇଛ ଜଣାଅ । ତେଣୁ ପ୍ରଧାନ ବିଚାରପତି ଆଜି ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି ।

ମେ ୪ରେ ଘଟିଥିବା ଏହି ଦୁଷ୍କର୍ମ ଓ ବିବସ୍ତ୍ର କରି ରାସ୍ତାରେ ଚଲାଇବା ଭଳି ବର୍ବୋରୋଚିତ ମାମଲାରେ ପୀଡିତା ମଣିପୁର ସରକାର ଏବଂ କେନ୍ଦ୍ର ବିରୋଧରେ ଆବେଦନ ଦାଖଲ କରିଛନ୍ତି । ପୀଡିତା ମହିଳାମାନେ ସୁପ୍ରିମକୋର୍ଟଙ୍କୁ ତାଙ୍କର ପରିଚୟ ସାର୍ବଜନୀନ ନକରିବାକୁ ଅନୁରୋଧ କରିଛନ୍ତି । ମେ ୪ରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ସିବିଆଇ ତଦନ୍ତ କରୁଛି ।

Leave A Reply

Your email address will not be published.