ନୂଆଦିଲ୍ଲୀ (ଆମ ଟିଭି): ମନିଶ ସିଶୋଦିଆଙ୍କୁ ପୁଣି ବଡ଼ ଝଟକା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍କା ଲାଗିଛି। ତାଙ୍କ ପୁନର୍ବିଚାର ଆବେଦନ ଖାରଜ କରି ସୁପ୍ରିମକୋର୍ଟ ପୁନର୍ବାର ଜାମିନ ଦେବାକୁ ମନା କରିଦେଇଛନ୍ତି।
ଜାମିନ ନଦେବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ପୁନର୍ବିଚାର ଆବେଦନ ଭିତ୍ତିହୀନ। ଜଷ୍ଟିସ ସଞ୍ଜୀବ ଖଣ୍ଡ ଓ ଜଷ୍ଟିସ ଏସଭିଏନ ଭଟ୍ଟୀ ଜାମିନ ଆବେଦନ ଖାରଜ କରିବା ନେଇ ଅକ୍ଟୋବର ୩୦ର ନିଷ୍ପତ୍ତିକୁ ଅପରିବର୍ତ୍ତିତ ରଖିଛନ୍ତି।