ନୂଆଦିଲ୍ଲୀ(ଆମ ଟିଭି): ପୁଣି ବଢିଲା ମନୀଷ ସିସୋଦିଆଙ୍କ ବିବାଦ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପିଛା ଛାଡ଼ୁନି ବିବାଦ। ପୂର୍ବରୁ ସିବିଆଇ ସିସୋଦିଆଙ୍କ ଘର ଉପରେ ଚଢ଼ାଉ କରିବା ସହ ବ୍ୟାଙ୍କ ଲକର ଯାଞ୍ଚ୍ କରିଥିବା ବେଳେ ଏବେ ପୁଣି ତାଙ୍କୁ ସମନ୍ କରିଛି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସିବିଆଇ ନିକଟରେ ହାଜର ହେବାକୁ ସମନ୍ କରାଯାଇଛି।
ଏ ନେଇ ସିସୋଦିଆ କହିଛନ୍ତି ଯେ ପୂର୍ବରୁ ସିବିଆଇ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇନାହିଁ। ଦିଲ୍ଲୀ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ଭଲ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କେନ୍ଦ୍ର ସରକାର ଅଭିସନ୍ଧି ରଖି ଏଭଳି କରୁଛନ୍ତି। ତେବେ ସେ ପୂର୍ବ ଭଳି ସିବିଆଇକୁ ସହଯୋଗ କରିବେ ବୋଲି କହିଛନ୍ତି।