ଆଜି ସିବିଆଇରେ ହାଜର ହେବେ ମନୀଷ ସିସୋଦିଆ

0

ନୂଆଦିଲ୍ଲୀ(ଆମ ଟିଭି): ଅବକାରୀ ନୀତି ମାମଲାରେ ଛନ୍ଦି ହୋଇଥିବା ମନୀଷ ସିସୋଦିଆ ଆଜି ସିବିଆଇ ଅଫିସରରେ ହାଜର ହେବେ । ଏଥିପାଇଁ ଶହ ଶହ ସମର୍ଥକଙ୍କ ଗହଣରେ ସିସୋଦିଆ ଘରୁ ବାହାରି ରାଜଘାଟ ଯାଇଛନ୍ତି । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ଆଜି ସକାଳ ୧୧ଟାରେ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ଏହି ଆପ୍ ନେତା । ଏପରେ ସିବିଆଇର ନୋଟିସକୁ ବିରୋଧ କରି ଆପ୍ ପକ୍ଷରୁ ଦିଲ୍ଲୀରେ ବିକ୍ଷୋଭ ପଦର୍ଶନ କରାଯାଇଛି ।

ମନୀଷ ସିସୋଦିଆଙ୍କ ଘର ସମ୍ମୁଖରେ ଆପ କର୍ମୀ ପ୍ରବଳ ଭିଡ ଲଗାଇଛନ୍ତି । ମନୀଷ ସିସୋଦିଆ ସମର୍ଥକଙ୍କ ସହ ରାଲି କରି ସିବିଆଇ କାର୍ୟ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି । ତେବେ ସିବିଆଇକୁ ପୁରା ସହଯୋଗ କରିବା ସହ ମିଛ କେଶରେ ଜେଲ ଯିବାକୁ ତାଙ୍କର ଭୟ ନାହିଁ ବୋଲି କହିଛନ୍ତି ସିସୋଦିଆ । ଆପ କହିଛି ମନିଷ ଏକ ଟଙ୍କାର ବି ଦୁର୍ନୀତି କରିନାହାଁନ୍ତି । ସିବିଆଇ ୧୪ ଘଣ୍ଟା ରେଡ କରିବା ପରେ ବି କିଛି ପ୍ରମାଣ ପାଇନଥିଲା । ଏବେ କିନ୍ତୁ ମିଛରେ ତାଙ୍କୁ ବଦନାମ କରିବାକୁ ଏଭଳି କରାଯାଉଥିବା ଅଭିଯୋଗ କରିଛି ଆପ୍ । ତେବେ ସିଶୋସିଆଙ୍କୁ ଗିରଫ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା । କିନ୍ତୁ ଦିଲ୍ଲୀ ଅର୍ଥମନ୍ତ୍ରୀ ଥିବା ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା ।

 

Leave A Reply

Your email address will not be published.