ମନୀଷା ପାଢ଼ୀ ହେଲେ ଦେଶର ପ୍ରଥମ ମହିଳା ADC

0

ଓଡ଼ିଆ ଝିଅ ମନୀଷା ପାଢ଼ୀ ହୋଇଛନ୍ତି ଦେଶର ପ୍ରଥମ ମହିଳା ADC । ବାୟୁସେନା ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ମନୀଷାଙ୍କୁ ମିଜୋରାମ ରାଜ୍ୟପାଳ ହରିବାବୁ କାମଭାମପତି ADC (Aide-De-Camp) ଭାବେ ନିଯୁକ୍ତି ଦେଇଛନ୍ତି ।

ସ୍କ୍ୱାର୍ଡନ ଲିଡର ମନୀଷା ହେଉଛନ୍ତି ୨୦୧୫ ବ୍ୟାଚର ବାୟୁସେନା ଅଧିକାରୀ । ସେ ଏହି ପଦବୀରେ ନିଯୁକ୍ତ ହୋଇଥିବା ଦେଶର ପ୍ରଥମ ମହିଳା । ଏହି ନିଯୁକ୍ତି ଏକ ମାଇଲ ଖୁଣ୍ଟ ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରାଜ୍ୟପାଳ ।

ନୂଆ ଦାୟିତ୍ୱ ନେଉଛନ୍ତି ADC ମନୀଷା ପାଢ଼ୀ ।Manisha

ସ୍କ୍ୱାର୍ଡନ ଲିଡର ମନୀଷା ପାଢୀ ଏହା ପୂର୍ବରୁ ବିଦାର, ପୁନେ ଓ ଭଟିଣ୍ଡା ଭଳି ଗୁରୁତ୍ୱପୂର୍ଣ୍ଣ ଏୟାରଫୋର୍ସ ଷ୍ଟେସନରେ ନିଯୁକ୍ତ ଥିଲେ । ଗତକାଲି ମନୀଷା ନିଜ ପଦବୀରେ ଯୋଗଦେଇଛନ୍ତି । କାର୍ଯ୍ୟରେ ଯୋଗଦେବା ପରେ ମିଜୋରାମ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ପରିଚୟ କରାଯାଇଥିଲା ।

Leave A Reply

Your email address will not be published.