ଦାୟିତ୍ବ ଗ୍ରହଣ ପରେ ପୁରୀରେ ଜଗନ୍ନାଥ ଦର୍ଶନ କଲେ ମନମୋହନ

0

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ ପରେ ଶ୍ରୀମନ୍ଦିର ଯାଇ ଗତକାଲି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମନମୋହନ ସାମଲ। ଗତକାଲି ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତଙ୍କ ଦ୍ୱାରା ଖଣ୍ଡୁଆ ପ୍ରଦାନ କରାଯାଇଥିଲା ।ଏହାସହ ପୁରୀ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ମନମୋହନ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତ କାର୍ଯ୍ୟ ଓ ଗୁରୁଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବି। ଓଡ଼ିଶାରେ ସାଢ଼େ ୪ଟି କୋଟି ଲୋକଙ୍କୁ କିପରି ନ୍ୟାୟ ମିଳିବ ଓ ଓଡ଼ିଶାରେ ଯେଉଁ ଜନ ଅସନ୍ତୋଷ ରହିଛି ତାହା କିପରି ପ୍ରଶମିତ ହେବ ,ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ହାତ ଟେକି ଭିକ୍ଷା କରିଛି।

ସେ ଆହୁରି କହିଛନ୍ତି, ରତ୍ନ ଭଣ୍ଡାର ଉପରେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଆଗାମୀ ଦିନରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ମଧ୍ୟ ବିଜେପି ପକ୍ଷରୁ ଉଠାଯିବ। ଓଡ଼ିଶାରେ ଶାସନର ପରିର୍ତ୍ତନ ହେବ। ଲୋକେ ଏହାର ଦାୟିତ୍ୱ ନେବେ,ଆମେ ତାଙ୍କୁ ସହଯୋଗ କରିବୁ। ଓଡ଼ିଶାରେ ଶାସନ ପରିବର୍ତ୍ତନ ହେଲେ ଲୋକେ ଏହାର ଅଗ୍ରଭାଗରେ ରହିବେ।

ଏହି ଅବସରରେ ପୁରୀ ବିଧାୟକ ଓ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.