ମନୋହର ଲାଲ ଖଟ୍ଟର ଲଢ଼ିବେ ଲୋକସଭା ନିର୍ବାଚନ!

0

ଲୋକ ସଭା ନିର୍ବାଚନ ପୂର୍ବରୁ ମଙ୍ଗଳବାର ହରିୟାଣାରେ ଭାଜପା-ଜେଜେପି ମେଣ୍ଟ ଭାଙ୍ଗିଯାଇଛି। ଏଭଳି ପରିସ୍ଥିତିରେ ନୂତନ ସରକାର ଗଠନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ବିଧାନସଭା ପାର୍ଟି ବୈଠକ ପରେ ଏହା ଘୋଷଣା କରାଯାଇପାରେ।

ହରିୟାଣାର ସ୍ବାଧୀନ ବିଧାୟକ ନୟନ ପାଲ ରାୱତ କହିଛନ୍ତି, ମନୋହର ଲାଲଙ୍କ ନେତୃତ୍ୱରେ ସରକାରଙ୍କୁ ଆମେ ସମର୍ଥନ କରିସାରିଛୁ। ଏପରିକି ଲୋକ ସଭା ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏପରିକି ମନୋହର ଲାଲଙ୍କ ଇସ୍ତଫା ପରେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଏହାକୁ ନେଇ ହରିୟାଣାରେ ରାଜନୈତିକ ଉସ୍ମତା ଜୋର ଧରିଛି।

Leave A Reply

Your email address will not be published.