ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା

0

ଉଗ୍ର ରୂପ ନେଲା ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ କଳି ଘଟଣା। ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଆରମ୍ଭ ହୋଇଥିବା କଥା କଟାକଟି ଆଜି ବିଚ୍‌ ରାସ୍ତାରେ ପହଞ୍ଚିଛି। ଆଜି ଭୁବନେଶ୍ୱର ଡିସିପି ଅଫିସ ନିକଟରେ ଉଭୟ ପହଞ୍ଚିଥିବା ବେଳେ ଦେଖିବାକୁ ମିଳିଲା ହାଇଡ୍ରାମା।  ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।

ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ କଳି ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଥିବା ବେଳେ ଏନେଇ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି। ଏହାର ଆପୋଷ ବୁଝାମଣା ପାଇଁ ଆଜି ଉଭୟ ପକ୍ଷଙ୍କୁ ଡିସିପି ଅଫିସକୁ ଡକାଯାଇଥିଲା। ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।

ବବି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଆକ୍ଷେପ କରିବାରୁ ସେ ତାଙ୍କ ଆଡ଼କୁ ମାଡ଼ି ଯାଇଥିଲେ ବୋଲି କହିଛନ୍ତି ମନୋଜ ମିଶ୍ର। ଏହାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା। ସ୍ଥିତି ଏମିତି ବିଗିଡ଼ିଗଲା ଯେ, ଚରମ ସୀମାରେ ପହଞ୍ଚିଥିଲା ବିଶୃଙ୍ଖଳା। ଉଭୟ ମନୋଜ ମିଶ୍ର ଏବଂ ବବି ଇସଲାମଙ୍କ ମଧ୍ୟରେ ବାକ୍ ଯୁଦ୍ଧ ସହ ହାତାହାତି ସ୍ଥିତି ଉପୁଜିଥିଲା। ଶେଷରେ ଉଭୟେ ଡିସିପି ଅଫିସରୁ ବାହାରି ସିପି ଅଫିସରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷକୁ ନେଇ ପୁଲିସ ପ୍ରଶାସନ ଆପୋଷ ବୁଝାମଣା ପାଇଁ ଉଦ୍ୟମ ହୋଇଥିଲା।

Leave A Reply

Your email address will not be published.