ବହୁ ନେତା ବିଆରଏସ ଯୋଗ ଦେବେ,,ବିଆରଏସ୍ ନେତା ଅକ୍ଷୟ
ଭୁବନେଶ୍ବର : ବିଜେଡି, ବିଜେପି ଓ କଂଗ୍ରେସର ବହୁ ଅସନ୍ତୁଷ୍ଟ ନେତା ଭାରତ ରାଷ୍ଟ୍ର ସମିତି(ବିଆରଏସ୍) ସହ ଯୋଗାଯୋଗରେ ଅଛନ୍ତି। ଖୁବ୍ଶୀଘ୍ର ସେମାନେ ‘ବିଆର୍ଏସ୍’ ଯୋଗ ଦେବେ ବୋଲି ବିଆରଏସ୍ ନେତା ଅକ୍ଷୟ କୁମାର କହିଛନ୍ତି। ଏହି ତାଲିକାରେ ବିଜେଡିର ଅଧିକ ନେତା ଥିବା ସେ ଇଙ୍ଗିତ କରିଛନ୍ତି। ଆଜି ହୋଟେଲ ସୂର୍ଯ୍ୟାଂଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ପୂର୍ବରୁ ଏକ ଆଞ୍ଚଳିକ ଦଳ ଭାବେ ଉଭା ହୋଇଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍)କୁ ନିର୍ବାଚନ ଆୟୋଗ ଭାରତ ରାଷ୍ଟ୍ର ସମିତିର ମାନ୍ୟତା ଦେଇଛନ୍ତି।
ତେଲେଙ୍ଗାନାର କୃଷି ଓ କୃଷକଙ୍କୁ ନେଇ ଏକ ମଡେଲ ଠିଆ କରିବା ପରେ କେ. ଚନ୍ଦ୍ରଶେଖର ରାଓ ୨୦୨୪ରେ କେନ୍ଦ୍ରରେ ମୋଦୀ ସରକାରକୁ ହଟାଇ ଏକ କୃଷକ ସରକାରର ଆହ୍ବାନ ଦେଇଛନ୍ତି। ସେହି ଆଭିମୁଖ୍ୟ ନେଇ ତାଙ୍କ ବଳିଷ୍ଠ ନେତୃତ୍ୱରେ ଆମେ ଅନୁପ୍ରାଣିତ ହୋଇ ବିଆର୍ଏସ୍ରେ ଯୋଗ ଦେଇଛୁ। ଶ୍ରୀ ଚନ୍ଦ୍ରଶେଖର ରାଓଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଟିଆର୍ଏସ୍ ସରକାର କ୍ଷମତାକୁ ଆସିବାର କିଛି ମାତ୍ର ବର୍ଷ ମଧ୍ୟରେ ତେଲେଙ୍ଗାନାରେ ବିପର୍ଯ୍ୟସ୍ତ କୃଷି ଅର୍ଥନୀତିକୁ ପ୍ରତିହତ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। କିନ୍ତୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ଶାସନ କାଳରେ କାହିଁକି ହୋଇପାରିଲା ନାହିଁ?