ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ର ଦ୍ବିତୀୟ ଦିନରେ ଅନେକ ପ୍ରଯୋଜକ,ନିର୍ଦ୍ଦେଶକ,କଳାକାର,

0

ଭୁବନେଶ୍ୱର :ଗତକାଲି ଠାରୁ ୫ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ହିଁ ଚଳଚ୍ଚିତ୍ର ପ୍ରତି ଅଧିକରୁ ଅଧିକ ଭଲ ପାଇବା ଦର୍ଶାଉଛି।

ଯଦି ସରକାର ୫ଦଫା ଦାବିର କୌଣସି ସମାଧାନ ନକରନ୍ତି ଆସନ୍ତା କାଲିଠାରୁ ପ୍ରଥା ଚଳଚରଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନ ରେ ବସିବେ ଓ ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି।

ଆଜିର ଧାରଣାରେ ଅଭିନେତା ପାର୍ଥ,ଅଖିଳ ପଟ୍ଟନାୟକ,ରୋଷନ ଅଗ୍ରୱ।ଲ୍,କୁମାର,ଅଭିନେତ୍ରୀ ପିଙ୍କି ପ୍ରଧାନ,ନିର୍ଦ୍ଦେଶକ ବବି ଇସଲାମ,ତାପସ ସରଘରିଆ,ତିରୁପତି ସାହୁ,ସଂଳାପ ଲେଖକ ଡଃ ରଜନୀ ରଞ୍ଜନ,ସତୀଶ ମିଶ୍ର,କ୍ୟାମେରାମ୍ୟାନ ସୁର୍ଦଶନ ସେନାପତି,ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ,ସଂଭାବନା ର ସଂପାଦକ ଦେବ ପ୍ରସାଦ ପରିଜା,ପ୍ରଯୋଜକ ସଂଜୟ ପାତ୍ର,ଦୀପକ ମହାନ୍ତି ,ରଞ୍ଜନ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.