ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ସୀମାରେ ମାଓବାଦୀଙ୍କ ଦୌରାତ୍ମ୍ୟ ବଢୁଥିବା ବେଳେ, ଏହାରି ଭିତରେ ଡିଜିପି ୱାଇ ବି ଖୁରାନିଆ ଦେଇଛନ୍ତି ବଡ଼ ବୟାନ। ୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମୂଳପୋଛ ହେବେ ମାଓବାଦୀ। ମାଓବାଦୀ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ। ଭୁବନେଶ୍ବର ଡିଜିପି କ୍ୟାମ୍ପ ଅଫିସରେ ମାଓ ମୁକାବିଲା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗୃହ ମନ୍ତ୍ରୀଙ୍କ ଟାସ୍କ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ନିପାତ ସରିବ ବୋଲି ଏହି ବୈଠକରେ ଉଲ୍ଲେଖ ହୋଇଛି।
ମାଓପ୍ରବଣ ଜିଲ୍ଲାଗୁଡିକରେ ତୂଣମୂଳସ୍ତରରେ ସ୍ଥିତି ବିଷୟରେ ତୀଷ୍ମ ନଜର ରଖାଯାଇଛି। ଆଗାମୀ ଦିନରେ ମାଓ ବିରୋଧୀ ଅପରେସନରୁ ଆହୁରି ତ୍ୱରିତ କରିବା ନେଇ ଆଲୋଚନା ହେଇଛି। ଯେଉଁ ଜିଲ୍ଲାଗୁଡିକରେ ମାଓ ସମସ୍ୟା ରହିଛି ସେ ଜିଲ୍ଲାଗୁଡ଼ିକ ବିଷୟରେ ଆଲୋଚନା କରାଯିବା ସହ ତଥ୍ୟ ସଂଗ୍ରହ କରାଯାଉଛି। ସେଠାରେ ଦେଖାଯାଉଥିବା ସମସ୍ୟା ସମାଧାନ ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି।