ଜନ୍ମମାଟିରେ ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର

0

ଭୁବନେଶ୍ୱର(ଆମ ଟିଭି): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜନ୍ମମାଟିରେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ଆଜି ସକାଳେ ପାର୍ଥିବ ଶରୀର ଆନନ୍ଦପୁର ପହଞ୍ଚିବାୀ ପରେ ବିଶାଳ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯାଇଥିଲା। ସେଠାରେ ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଏହାସହ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଗାଁ। ପରିବାର ଲୋକେ ଓ ଗ୍ରାମବାସୀ ସୁଶାନ୍ତଙ୍କୁ ମନେ ପକାଇ ଝୁରି ହେଉଛନ୍ତି। ଗତକାଲି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ସୁଶାନ୍ତ ସହିଦ ହୋଇଥିଲେ।

ଯବାନମାନେ କୁମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିଲେ। ଦୁଇ ମାସ ତଳେ ସେ ବିବାହ କରିଥିଲେ। ଏଏନ୍‌ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି। ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଘରେ ମୁରବୀ କହିଲେ କେହି ନାହାନ୍ତି। ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Leave A Reply

Your email address will not be published.