ବେଙ୍ଗାଲୁରୁ(ଆମ ଟିଭି): କରୋନାକୁ ନେଇ ଏବେ ସବୁଠି ଚିନ୍ତା । କରୋନାର ନୂଆ ଭାରିଆଣ୍ଟକୁ ନେଇ କେନ୍ଦ୍ର ସରକାର ଅଲର୍ଟ ମୋଡରେ ଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ତତ୍ପର ହେଲେଣି । ଏହାରି ଭିତରେ କର୍ଣ୍ଣାଟକରେ କଡାକଡି ହେଲା କୋଭିଡ କଟକଣା । ମାସ୍କ ବାଧ୍ୟତାମୂଳକ କଲେ କର୍ଣ୍ଣାଟକ ସରକାର । ସ୍କୁଲ, କଲେଜ, ସିନେମା ହଲରେ ମାସ୍କ ବାଧ୍ୟତାମୂଳକ ।
ରାତି ଗୋଟାଏ ପୂର୍ବରୁ ସରିବ ଜିରୋ ନାଇଟ ସେଲିବ୍ରେସନ । ପବ୍, ରେଷ୍ଟୁରାଣ୍ଟ, ବାର ରାତି ଗୋଟାଏ ପୂର୍ବରୁ ବନ୍ଦ ହେବ । ଆତଙ୍କିତ ହୁଅନ୍ତୁ ନାହିଁ କହିଲେ କର୍ଣ୍ଣାଟକ ସରକାର ।