ଉତ୍ତରପ୍ରଦେଶ ଉନ୍ନାଓରେ ବଡ଼ ଧରଣର ବସ୍ ଦୁର୍ଘଟଣା; ୧୮ଜଣଙ୍କର ମୃତ୍ୟୁ, ୧୯ଜଣ ଗୁରୁତର ଆହତ

0

ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରପ୍ରଦେଶ ଉନ୍ନାଓରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି। ଏଥିରେ ୧୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏକ କ୍ଷୀର ଟ୍ୟାଙ୍କର ଉପରକୁ ମାଡ଼ି ଯାଇଛି ଯାତ୍ରୀବାହି ବସ୍।

ବିହାରରୁ ଦିଲ୍ଲୀ ଯାଉଥିବା ବେଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏକ କ୍ଷୀର ଟ୍ୟାଙ୍କରକୁ ଓଭରଟେକ୍ କରିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଯାତ୍ରୀବାହି ବସରେ ଅଧିକାଂଶ ଶ୍ରମିକ ଯାତ୍ରା କରୁଥିବା ସୂଚନା ମିଳିଛି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.