ଚୀନରେ ଭୟଙ୍କର ଭୂମିକମ୍ପ: ୧୧୬ ଜଣଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ (ଆମ ଟିଭି): ଚୀନରେ ଭୟଙ୍କର ଭୂମିକମ୍ପ ।ଚୀନରେ ସୋମବାର ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି।

ଗାନ୍‌‌ସୁ ପ୍ରାନ୍ତରେ ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପରେ ଉଚ୍ଚତମ ଅଟ୍ଟାଳିକା ମଧ୍ୟ ଭୁଶୁଡି ପଡିଛି। ଚୀନରେ କ୍ଷୟକ୍ଷତିର ଦୃଶ୍ୟ ଭିଡିଓ ଓ ଫଟୋରୁ ଦେଖାଯାଉଛି। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଚୀନର ଜରୁରୀକାଳୀନ ସେବାକୁ ଭୂକମ୍ପ ପରେ ଭଗ୍ନାଂଶ ଅଟ୍ଟାଳିକା ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦାୟିତ୍ୱ ଦିଆଯାଇଛି।

Leave A Reply

Your email address will not be published.