ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ

0

ଭୁବନେଶ୍ୱର (ଆମ ଟିଭି): ରାଜଧାନୀ ଭୁବନେଶ୍ୱରର ଲୋକସେବା ଭବନରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକସେବା ଭବନର ପ୍ରଥମ ମଲାରେ ନିଆଁ ଲାଗିଯାଇଥିବା ଦେଖାଯାଇଛି । ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ୟ୍ୟାଳୟ ରହିଛି । ଭବନର ରାଜସ୍ୱ ବିଭାଗର କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଚେଷ୍ଟା ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏପର୍ୟ୍ୟନ୍ତ ରାଜସ୍ୱ ବିଭାଗରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ପାରିନାହିଁ । ତେବେ ଅଗ୍ନିକାଣ୍ଡର କାରଣ ମଧ୍ୟ କିଛି ଜଣା ପଡ଼ିନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଚେଷ୍ଟା ଜାରି ରଖିଛନ୍ତି ।

Leave A Reply

Your email address will not be published.